ଡ୍ରାଇଭିଂ ଲାଇସେନ୍ସ ଠାରୁ ଇ-ଚାଲାଣ ପର୍ଯ୍ୟନ୍ତ ବଦଳିବ ନିୟମ, ଆପଣ ବି ଏସଂପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଦେଶରେ ଅଧିକାଂଶ ଲୋକ କାର ଅଥବା ବାଇକ ଚଳାଇବା ସମୟରେ ମିଛ କାଗଜପତ୍ର ଦେଖାଇ ଟ୍ରାଫିକ ପୋଲିସ ଠାରୁ ଖସିଯାଉଛନ୍ତି । କାରଣ ଅଧିକାଂଶ ରାଜ୍ୟର ଟ୍ରାଫିକ ପୋଲିସ ହାତରେ ଲୋକଙ୍କ କାଗଜପତ୍ର ଅସଲି ଅଥବା ନକଲି ସେ ସଂପର୍କରେ ଅତ୍ୟାଧିନିକ ସୁବିଧା ନାହିଁ । କିନ୍ତୁ ଆଗାମୀ ଦିନରେ ଏମିତି ହୋଇପାରିବ ନାହିଁ । କାରଣ ଟ୍ରାଫିକ ପୋଲିସ ପାଖରେ ସବୁ ଡକ୍ୟୁମେଣ୍ଟ ରହିବ ।

କେନ୍ଦ୍ର ସରକାର ଯାନବାହାନ ନିୟମ ୧୯୮୯ରେ ସଂଶୋଧନ କରିଛନ୍ତି । ସରକାର ଶନିବାର କହିଛନ୍ତି, ଏକ ସୂଚନା ପ୍ରଦ୍ୟୋଗିକୀ ପୋର୍ଟାଲ ୨୦୨୦ ଅକ୍ଟୋବର ୧ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସହିତ ବାହାନ ସଂପର୍କିତ କାଗଜପତ୍ର ରକ୍ଷଣାବେକ୍ଷଣ କରିବ । ଏକ ବୟାନରେ କୁହାଯାଇଛି ଯେ, ବାହାନର କାଗଜପତ୍ରର ନିରୀକ୍ଷଣ ସମୟରେ ଇଲେକ୍ଟ୍ରୋନିକ ମାଧ୍ୟମରେ ଆଇନ ସମ୍ମତ ମିଳିବା ପରେ ଭୌତିକ ରୂପରେ ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବାକୁ କୁହାଯିବ ନାହିଁ ।

ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଅଧିକାରୀଙ୍କ ପାଖରେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ସହିତ ଜଡ଼ିତ ସମସ୍ତ ତଥ୍ୟ ଉପଲବ୍ଧ ରହିବ । ଏଥି ସହିତ ସରକାର କହିଛନ୍ତି, ଲାଇସେନ୍ସ କର୍ତ୍ତୃପକ୍ଷ ଦ୍ୱାରା ଆୟୋଗ ଅଥବା ବାତିଲ କରାଯାଇଥିବା ଡ୍ରାଇଭିଂ ଲାଇସେନ୍ସର ବିବରଣୀ ପୋର୍ଟାଲରେ ରେକର୍ଡ କରାଯିବ ।

Leave a Reply

Your email address will not be published.