ରାଜ୍ୟରେ ବଢିବକି ଲକଡାଉନ, ୪.୩୦ରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ

 ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନ ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସାରା ରାଜ୍ୟବାସୀ ଏବେ ଭୟଭିତ ହୋଇପଡ଼ିଛନ୍ତି । ତେବେ ଏହାରି ଭିତରେ ରାଜ୍ୟରେ ଲକଡ଼ାଊନ୍ ଓ ସଟ୍‌ଡ଼ାଉନ୍ ଚାଲିଥିଲେ ମଧ୍ୟ ଏହା କିଛି କାମ ଦେଉନାହିଁ ।
ଆଜି ଏହି କରୋନା କୁ ନେଇ ଅପରାହ୍ନ ୪.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସମିଟ କରିବେ ।

ଏହି ପ୍ରେସମିଟରେ ଏନଏଚଏମ ନିର୍ଦ୍ଦେଶିକା ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ପ୍ରେସମିଟରେ ମୁଖ୍ୟ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇପାରେ ।

ଅନ୍ୟପକ୍ଷରେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜାରି ଲକଡାଉନ ଅବଧିକୁ ବୃଦ୍ଧି ନେଇ ଏହି ପ୍ରେସମିଟରେ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି । 

Leave a Reply

Your email address will not be published.