ହାଇକୋର୍ଟ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ, ଲାଇଭ ଟେଲିକାଷ୍ଟ ଦ୍ବାରା ହେବ ଶୁଣାଣୀ

କଟକ: ଏବେ ହାଇକୋର୍ଟ ମାମଲାର ଶୁଣାଣି ଲୋକଙ୍କ ପାଖରେ ଆସି ସହଜରେ ପହଁଞ୍ଚିଯିବ । ଯେହେତୁ ଏଣିକି ଆରମ୍ଭ ହେବ ହାଇକୋର୍ଟରେ ଲାଇଭ୍ ଟେଲିକାଷ୍ଟ । ଯାହା ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ମାମଲା ଶୁଣାଣିର ଲାଇଭ୍ ପାଇଁ ଅନୁମତି ଦିଆଯିବ ନାହିଁ । ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧୀ, ପୋକ୍ସୋ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସଂପର୍କିତ ହିଂସା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସଂପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣକୁ ଏଥିରୁ ବାଦ ଦିଆଯାଇଛି । ଯାହାଫଳରେ ସାଧାରଣ ଲୋକମାନେ ନ୍ୟାୟ ସମ୍ପର୍କୀତ ସମସ୍ତ ତଥ୍ୟ ଜାଣିପାରିବେ ।

ତେଣୁ ଏଥିପାଇଁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଦାନ କରାଯାଇଛି । ମାମଲା ଶୁଣାଣି ପ୍ରକ୍ରିୟା (କୋର୍ଟ ପ୍ରୋସିଡିଂ) ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି /କର୍ମଚାରୀ କରିବେ । ମାମଲା ଶୁଣାଣିର ସିଧା ପ୍ରସାରଣ ସଂପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜଲିଷ୍ଟରେ ପ୍ରକାଶ ପାଇବ ।

Leave a Reply

Your email address will not be published.