କାଲିଠୁ ଦଶମ ଅଫଲାଇନ୍ ପରୀକ୍ଷା ଆରମ୍ଭ

ଭୂବନେଶ୍ବର: ରାଜ୍ୟରେ ଗତକାଲିଠୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେଉଛି । କରୋନା କଟକଣା ମଧ୍ୟରେ କାଲି ଠାରୁ ଆରମ୍ଭ ହେବ ପରୀକ୍ଷା । ସମସ୍ତ କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ହେବା ସହିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ପରୀକ୍ଷା ପାଇଁ କୋଭିଡ଼୍ ସ୍ଥିତି ସମୀକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ଼୍ ସ୍କ୍ୱାର୍ଡ଼ ଗଠନ ହୋଇଛି ।

୫୦୪ଟି କେନ୍ଦ୍ରରେ ୧୫,୧୫୧ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ପ୍ରଥମ ଥର ଅନଲାଇନ୍ ପରୀକ୍ଷା ହେବା ପରେ ଅଫଲାଇନ୍ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ବୋର୍ଡ଼ ଅଧକ୍ଷ ସୂଚନା ଦେଇଛନ୍ତି ।

ଏହା ସହ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଅବଜରଭେସନ୍‌ରେ ମଧ୍ୟ ରଖାଯାଇଛି । ତେଣୁ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହା ସହିତ ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ ସରିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚି ସାରିଥିବା ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.