ଶ୍ଲଗ୍ -ଦୁଇ ବାଇକ୍ ମୁହାଁମୁହିଁ , ଦୁଇ ମୃତ ,ତିନି ଗୁରୁତର


ଅଲିଗଣ୍ଡା (ମୋହନା ) -ଗଜପତି ଜିଲ୍ଲା ଅଡବା ଥାନା ଆଲିଗଣ୍ଡା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଘଟିଯାଇଛି ଅଭାବନୀୟ ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ତିନିଜଣ ଗୁରୁତର ଆହତ ହୋଇଛନ୍ତି ।ମୃତକ ମାନେ ହେଲେ ଅଡବା ଥାନା ଦମାଦୁଆ ଗ୍ରାମର ସିନୁ ନାୟକ ଏବଂ ଆର୍ ଉଦୟଗିରି ଥାନା ଛେଳିଗଡ ଗ୍ରାମର ରେଗନ୍ ବିରୋ ।ତାସହ ଗୁରୁତର ଆହତ ମାନେ ହେଲେ ଦମାଦୁଆ ଗ୍ରାମର ସକିନ୍ ମଲ୍ଲିକ ,ସୁମିତ୍ ମାଝୀ ଏବଂ ଛେଳିଗଡ ଗ୍ରାମର ଅଶ୍ୱସେନ୍ ବିରୋ ।ସୁଚନା ପ୍ରକାରେ ଛେଳିଗଡ ଗ୍ରାମର ରେଗନ୍ ବିରୋ ଏବଂ ଅଶ୍ୱସେନ୍ ବିରୋ ଗୋଟିଏ ବାଇକ୍ ରେ ବ୍ରାହ୍ମଣୀ ଗାଁ ଅଭିମୁଖେ ଯାଉଥିବା ବେଳେ ଅପରୁପଟୁ ଆଉ ଗୋଟିଏ ବାଇକ୍ ରେ ସିନୁ ନାୟକ,ସକିନ୍ ମଲ୍ଲିକ ଏବଂ ସୁମିତ୍ ମାଝୀ ଅଡବା ଗ୍ରାମ ଅଭିମୁଖେ ଆସୁଥିଲେ । ଆଲିଗଣ୍ଡା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ଘଟଣା ସ୍ଥଳରେ ରେଗନ ବିର ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଅନ୍ୟମାନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସିନୁ ନାୟକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ ଅଡବା ପୋଲିସ୍ ପହଞ୍ଚି ଦୁଇ ଗାଡି କୁ ଜବତ କରିଛି ଏବଂ ଦୁଇ ଶବ କୁ ମଧ୍ୟ ଜବତ କରି ବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ।

Leave a Reply

Your email address will not be published.