ଜିଲ୍ଲା ସ୍ତରୀୟ ଭର୍ଚୁଆଲ କଳାଉତ୍ସବ ୨୦୨୦

କଟକ : ରେଭେନ୍ସା କଲି ଜିଏଟ ସ୍କୁଲ ନେତାଜୀ ଅଡି ଟୋରୀୟମ ପରିସରରେ ଜିଲ୍ଲା ସ୍ତରୀୟ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଶିକ୍ଷାଆଧିକାରୀ ସୁସ୍ମିତା ସାହୁ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆର ସି ସ୍କୁଲର ପ୍ରଧାନଶିକ୍ଷତ୍ରୀ ଡ଼. ଅନୁସ୍ମିତା ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଉତ୍ସବକୁ ଅନ ଲାଇନ ମାଧ୍ୟମରେ ପ୍ରଦର୍ଶନ ନିମନ୍ତେ ସର୍ବଶିକ୍ଷା କାର୍ଯ୍ୟକ୍ରମ ସଂଯୋଜକ ହୀରାମଣି ମହାନ୍ତି ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ କାର୍ଯ୍ୟ କ୍ରମ ପରିଚାଳିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ୯ ଟି ବିଭାଗରେ ଗୀତ,ନାଚ, ପାମ୍ପରିକ ସଙ୍ଗୀତ, ଲୋକ ନୃତ୍ୟ,ଭିଯୁଆଲ ଆର୍ଟସ ଆଦି ପ୍ରଦର୍ଶିତ ହୋଇଥିଲା।ଉତ୍ସବରେ ବିଚାରକ ଭାବେ ପରମାନନ୍ଦ ସାହୁ,ଅଜୟ ମହାନ୍ତି,ତନ୍ମୟ ହୋତା,ବିଭୁପ୍ରସାଦ ନନ୍ଦ,ଅନୀଲ ବେହେରା,ଶ୍ରୀତପା ମିଶ୍ର,ବିଭୁପ୍ରସାଦ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଡ଼ଃ ସୁଚିସ୍ମିତା ମହାନ୍ତି, ବିଜ୍ଞାନ ସୁପର ଭାଇଜର ଅକ୍ଷୟ କୁମାର ଷଡ଼ଙ୍ଗୀ, ମିହିର କୁମାର ପରିଡା, ବିଶ୍ୱନାଥ ମିଶ୍ର,ରମେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published.