ସ୍ନାନ ଯାତ୍ରାରେ ବ୍ୟତିକ୍ରମ, ଏଥର ଛେରାପହଁରା କରିବେନି ପୁରୀ ଗଜପତି ମହାରାଜ

ଭୂବନେଶ୍ବର: ଆସନ୍ତା କାଲି ବଡଦେଉଳରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ପୂର୍ବ ବର୍ଷ ଭଳି ଚଳିତ ବର୍ଷ କିଛି ଅଲଗା ଦେଖିବାକୁ ମିଳିବ । ଯେହେତୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ପୁରୀ ଗଜପତି ମହାରାଜ । ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ପ୍ରଥମ ସେବକ ଭାବରେ ପ୍ରତି ବର୍ଷ ଗଜପତି ମହାରାଜ ହିଁ ରଥଯାତ୍ରା ଏବଂ ସ୍ନାନ ଯାତ୍ରାରେ ଛେରାପହଁରା କରିଆସିଥାନ୍ତି, ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହେବାକୁ ଯାଉଛି ।

କରୋନା ସଂକ୍ରମଣ ହେତୁ ଗଜପତି ମହାରାଜ ଚଳିତ ବର୍ଷ ଛେରାପହଁରା କରିବେନି ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ନୀତିକାନ୍ତି ବଜାୟ ରଖିବା ପାଇଁ ଗଜପତି ମହାରାଜଙ୍କ ପୟତିନିଧି ଭାବରେ ମୁଦିରସ୍ତ ଚଳିତ ବର୍ଷ ମହାପ୍ରଭୁଙ୍କ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣା ପଡିଛି । ତେବେ ସୂଚନା ଅନୁଯାୟୀ କରୋନା କଟକଣା ପାଳନ ରୂପକ ଆସନ୍ତା କାଲି ବଡ ଦେଉଳରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ ।

Leave a Reply

Your email address will not be published.