ସରକାରୀ ସ୍କୁଲର ମିଶ୍ରଣ,ବିଏଡ଼ କଲେଜକୁ ବନ୍ଦକୁ ଛାତ୍ର କଂଗ୍ରେସର ବିରୋଧ


କଟକ:ରାଜ୍ୟରେ ଥିବା ବିଭିନ୍ନ ସରକାରୀ ସ୍କୁଲ୍ ର ମିଶ୍ରଣ,ବିଏଡ୍ କଲେକୁ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି। ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦୃଢ଼ ପ୍ରତିବାଦ କରାଯାଇଛି। ଦଳ ଅଭିଯୋଗ କରିଛି ଯେ,ରାଜ୍ୟର ନିମ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ର ମିଶ୍ରଣ କରିବା ଓ ବିଏଡ୍ କଲେଜକୁ ବନ୍ଦ କରି ଛାତ୍ର ବିରୋଧୀ ହୋଇଛନ୍ତି। ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ଅନ୍ଧାରକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି। ଯଦି ସରକାରଙ୍କ ଏଭଳି ନିଷ୍ପତ୍ତି ପରିବର୍ତ୍ତନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ।

Leave a Reply

Your email address will not be published.