କଟକରେ କୋଭିଡ ନିୟନ୍ତ୍ରଣ ନେଇ ସମୀକ୍ଷା ବୈଠକ


କଟକ:କଟକ ସହର ଏବଂ ଜିଲ୍ଲାରେ କରୋନା ସଂକ୍ରମଣ କମିଛି…ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ଢେର ଫଳପ୍ରଦ ହୋଇଛି। ତେବେ ଏଥିରେ କଟକ ସହରବାସୀଙ୍କ ବେଶ ଭଲ ସହଯୋଗ ରହିଛି। ଦୂର୍ଗାପୂଜା ଭଳି କାଳୀପୂଜା,ଦୀପାବଳୀ ରେ ମଧ୍ୟ ଲୋକେ କରୋନା ଗାଇଡ ଲାଇନ କଟକଣାକୁ ପାଳନ କରି ସବୁ ପ୍ରକାର ର ସହଯୋଗ ଦେବେ। ଫଳରେ ସହର ରେ କରୋନା କୁ ସଂପୂର୍ଣ୍ଣରୂପେ କାବୁ କରାଯାଇପାରିବ। ତେବେ ଏସସିବି ମେଡିକାଲ ରେ ପ୍ରସ୍ତୁତ ହୋଇସାରିଛି ଏକ ସ୍ବତନ୍ତ୍ର କରୋନା ଞ୍ଵାର୍ଡ। ସଂକ୍ରମଣ ହାର କମିଥିବାରୁ ଆଗକୁ ଧିରେ ଧିରେ କୋଭିଡ କେୟାର ସେଣ୍ଟରଗୁଡିକ ହଟାଯିବ ବୋଲି କହିଛନ୍ତି କୋଭିଡ଼ ପରଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ସୌରଭ ଗର୍ଗ l କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆୟୋଜିତ ସମୀକ୍ଷା ବୈଠକ ରେ ଯୋଗ ଦେଇ ସେ କହିଛନ୍ତି ଆଉ କଣ କଣ ପଦକ୍ଷେପ ଆଗକୁ କରୋନା ପାଇଁ ନିଆଯାଇପାରିବ ସେ ନେଇ ମଧ୍ୟ ଏହି ବୈଠକ ରେ ବିସ୍ତୃତଭାବେ ଆଲୋଚନା କରାଯାଇଛି। ବିଶେଷ କରି ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ ପ୍ରୋଟକଲକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ମଧ୍ୟ ଏଥିରେ ଆଲୋଚନା ହୋଇଛି। ଏହା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆବଶ୍ୟକ ପଡୁଥିବା ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଏହି ବୈଠକ ରେ ଆଲୋଚନା କରାଯାଇଛି। ଏହି ବୈଠକ ରେ ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,କଟକ ମହାନଗର ନିଗମ ର କମିଶନର ଅନନ୍ୟା ଦାସ.କଟକ ଡିସିପି ପ୍ରତୀକ ସିଂ ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.