ଆଇପିଏଲରେ ପୁଣି ମୁମ୍ବାଇର ରାଜ,ଦିଲ୍ଲୀ ଧରାଶାୟି

ଦୁବାଇ: ଅଇପିଏଲରେ ମୁମ୍ବାଇ ଇଣ୍ଡିଆ ଦଳର ରଜ ଜାରି ରହିଛି। ଫାଇନାଲରେ ସହଜରେ ୫ ୱିକେଟରେ ଦିଲ୍ଲୀକୁ ଧରାଶାଇ କରି ପଞ୍ଚମ ଥର ପାଇଁ ହାତେଇଛି ଚମ୍ପିଆନ ଟ୍ରଫି। ୨୦୧୩,୨୦୧୫,୨୦୧୭,୨୦୧୯ ପରେ ଏବେ ପୁଣି ୨୦୨୦ରେ ଚମ୍ପିଆନ ହୋଇ ମୁମ୍ବାଇ ତାର ସର୍ବଧିକ ବିଜୟ ଗୌରବର ରେକର୍ଡ ବଜାୟ ରଖିଛି। କେବଳ ସେତିକି ନୁ‌ହେଁ ୨୦୧୭,୨୦୧୯ ଓ ୨୦୨୦କୁ ମିଶାଇ ହ୍ୟାଟ୍ରିକ ବିଜୟ ରେକର୍ଡ ମଧ୍ୟ କରିଛି।

ଫାଇନାଲରେ ପ୍ରଥମେ ଟସ ଜିଣି ବ୍ୟାଟିଂ କରିଥିବା ଦିଳ୍ଲୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରାମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବ୍ୟାଟ୍ସମ୍ୟାନ ମାର୍କସ ଷ୍ଟୋଇନିସ ଶୂନ୍ୟରେ ଟ୍ରେଣ୍ଟବୁଲଟଙ୍କ ବଲରେ କଟ ବିହାଇଣ୍ଡି ହୋଇଥିଲେ,ଶିଖର ଧାବନ ୧୩ ବଉରେ ୧୫ ରନ କରି ଜୟନ୍ତ ଯାଦବଙ୍କ ବଲରେ ବୋଲଡ ଆଉଟ ହୋଇଥିଲେ। ବ୍ୟାଟିଂ କରିବାକୁ ଆସି ଅଜଙ୍କିଆ ‌ରାହାଣେ ମଧ୍ୟ ୪ ବଲରେ ୨ ରନ୍ କରି ବୁଲଟ୍ ଙ୍କ ବଲରେ କଟ ବିହାଇଣ୍ଡି   ଆଉଟ ହୋଇଥିଲେ। ପାୱାର ପ୍ଲେ ଓଭରରେ ମାତ୍ର ୪.୧ ଓଭରରେ ଦଳ ମାତ୍ର ୨୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା। ବ୍ୟାଟିଂ କରି ଦଳର ସ୍ଥିତି ସଜାଡିଥିଲେ ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଓ ୱିକେଟ ରକ୍ଷକ ରିଷଭ ପନ୍ଥଙ୍କ ୯୪ ରନର ଯୋଡି।  ରିଷଭ ପନ୍ଥ ୩୮ ବଲରେ ୪ ଚୌକା ୨ ଛକା ସହ ୫୬ ରନ୍ କରି ନାଥନ କୁଲଟର ନାଇଲଙ୍କ ବଲରେ କ୍ୟାଚ ଅଉଟ ହୋଇଥିଲେ। ଅଧିନାୟକ ଆୟର ୫୦ ବଲ‌େରେ ୨ ଚୌକା ଓ ୨ଛକା ମାରି ୬୫ ରନ୍ କରି ଅପରାଜିତ ରହିବା ସହ ସହ ଦଳକୁ ଓଭରରେ  ସମ୍ମାନଜନକ ରନରେ ପହଁଚାଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୫୬ ରନ କରିଥିଲା। ମୁମ୍ବାଇ ତରଫରୁ ଟ୍ରେଣ୍ଟ ବୁଲଟ୍ ଘାତକ ବୋଲିଂ କରି ୪ ଓଭରରେ ୩୦ ରନ ବିନିମୟରେ ୩ ୱିକେଟ ଦଖଲ କରିଥିଲେ।

ବିଜୟ ଲକ୍ଷର ପିଛା କରିବାକୁ ଆସି ମୁମ୍ବାଇ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡିକକ ଓ ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଡିକକ ୧୨ ବଲରେ ୪ ଚୌକା ସହ ମୋଟ ୨୦ ରନ୍ କରି ମାର୍କସ ଷ୍ଟୋଇନିସଙ୍କ ବଲରେ ୪.୧ ଓଭରେ ୱକେଟ ରକ୍ଷକ ରିଷଭ ପନ୍ଥ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ। ଦଳର ପ୍ରଥମ ୱିକେଟ  ରନ୍ ୪୫ ଥିବା ‌ବେଳେ ପତନ ହୋଇଥିଲା। ବ୍ୟାଟିଂ କରିବାକୁ ଆସି ସୂର୍ଯ୍ୟକୁମାର ଯାଦବ ଷ୍ଟୋଇନିସଙ୍କ ବଲକୁ ଅକ୍ରମଣାତ୍ମକ ଚୌକା ମାରି ଖାତା ଖୋଲିବା ସହ ପରବର୍ତ୍ତି ବଲରେ ଛକାମରିଥିଲେ। ସେ ୨୦ ବଲ ଖେଳି ୧୯ ରନ୍ କରିଥିବା ‌ବେଳେ ରନ୍ ଆଉଟ ହୋଇ ଫେରିଥିଲେ। ସେତେବେଳକୁ ଦଳ ରନ ୯୦ ହୋଇ ମଜବୁତ ସ୍ଥିତିରେ ଥିଲା। ରୋହିତଙ୍କ ସହ ବ୍ୟାଟିଂ କରିବାକୁ ଆସି ଇଶନ କିଷନ ଦଳର ସ୍ଥିତ ସମ୍ଭାଳିଥିଲେ। ଅଧିନାୟକ ରୋହିତ ଶର୍ମା ବଡ ବାରି ୫୧ ବଲରେ ୬୮ ରନ୍ କରି ୫ଟି ଚୌକା ୪ ଛକା ମାରି ବିଜୟ ପଥ ପରିଷ୍କାର କରିଥିଲେ। ଦଳର ରନ୍ ୧୩୭ ଥିବା ବେଳେ ଅନରିକ ନର୍ଖୀଆଙ୍କ ବଲରେ ଲଳିତ ଯାଦବଙ୍କ ହାତରେ କ୍ୟ‌ାଚ ଆଉଟ ହୋଇଥିଲେ। ପରେ କିରଣ ପୋଲଡ ୪ ବଲରେ ୨ ଚୌକା ସହ ୯ ରନ୍ କରି ରାବାଡାଙ୍କ ବଲରେ ବୋଲଡ ଆଉଟ ହୋଇଥିଲେ। ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସି ହାଦ୍ଧିକ ପାଣ୍ଡିଆ ୫ ବଲରେ ୩ ରନ୍ କରି ଅନିରିକ ନର୍ଖୀଆଙ୍କ ବଲରେ ରାହାଣେଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ।  ଯୁବ ବ୍ୟାଟସ ମ୍ୟାନ ଇଶନ କିଷନ ବ୍ୟାଟିଂ କରିବାକୁ ଆସି  ୧୯ ୪ଚୌକା  ୧ ଛକା ସହାୟତାରେ ୩୩ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।

ଆଇପିଏଲ୍ ୨୦୨୦ର ଚମ୍ପିଆନ୍ ମୁମ୍ବାଇକୁ ୨୦ କୋଟି ଟଙ୍କା ରାଶି ସହ ଟ୍ରଫି ପୁରଷ୍କାର ପ୍ରଦାନ କରାଯାଇଛି। ଉପ ବିଜେତା ଦିଲ୍ଲୀକୁ ୧୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଫାନାଲର ଶ୍ରେଷ୍ଠ ଖେଳାଳୀ ରୋହିତ ଶର୍ମାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଶୃଙ୍ଖଳାର ସର୍ବାଧିକ ୩୦ ୱକେଟ ଦଖଲ କରି ପର୍ପଲ କ୍ୟାପ ଅଧିକାର କରିଥିବା  ଦିଲ୍ଲୀ ବୋଲର କାଗିସୋ ରାବାଡାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ଓ ଶୃଙ୍ଖଳାର ଶ୍ରେଷ୍ଠ ବ୍ୟାଟସମ୍ୟାନ ୭୩୦ ରନ୍ କରି ଅରେଞ୍ଜ କ୍ୟାପ ଅକ୍ତିଆର କରିଥିବା ପଞ୍ଜାବ ଅଧିନାୟକ କେ ଏଲ୍ ରାହୁଲୁଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଇମର୍ଜିଂ ପ୍ଲେୟାର ପୁରଷ୍କା ୧୦ ଲକ୍ଷ ଟଙ୍କା ବାଙ୍ଗାଲୋର ବ୍ୟାଟସ ମ୍ୟାନ ଦେବଦତ୍ତ ପାଲିକଲ ଓ ରାଜସ୍ଥାନ ଦଳର ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ମୋଷ୍ଟ ଭାଲେବୁଲ  ପ୍ଲେୟାର ପୁରଷ୍କା ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Leave a Reply

Your email address will not be published.