‘ଜୱାଦ’ ପ୍ରଭାବରେ ଓଡ଼ିଶାରେ ଗତକାଲି ରାତିଠାରୁ ଝିପିଝିପି ବର୍ଷା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତିସାରା ଝିପିଝିପି ବର୍ଷା ହୋଇଛି । ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ଆକାଶ ମେଘୁଆ ରହିବ । ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ କିମି ରହିପାରେ। ପ୍ରବଳ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ବାତ୍ୟା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରବିବାର ଅପରାହ୍ନରେ ପୁରୀ ନିକଟରେ ସ୍ପର୍ଶ କରିବାର ଅନୁମାନ କରାଯାଉଛି। ତେବେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବା ବେଳକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ରହିପାରେ।
ବାତ୍ୟା ପାଇଁ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟା ନେଇ ବିଏମସିର ପ୍ରସ୍ତୁତି ବୈଠକ ହୋଇଛି । ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆବଶ୍ୟକ ପଡିଲେ ଉକ୍ତ ଅଞ୍ଚଳରୁ ସ୍ଥାନାନ୍ତର କରାଯିବାର ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published.