ଶତକ ହାସଲ କରି କଡ଼ା ଜବାବ ଦେଲା ଭାରତୀୟ ଟିମ

ନୂଆଦିଲ୍ଲୀ,( ନାଗରାଜ ନ୍ୟୁଜ): ନ୍ୟୁଜିଲାଣ୍ଡକୁ କଡ଼ା ଟକ୍କର ଦେଇଛି ଭାରତ । ମୁମ୍ବାଇ ଟେଷ୍ଟର ପ୍ରଥମ ଦିନ ଓପନର ମୟଙ୍କ ଅଗ୍ରୱାଲ ଶତକ ମାରିଛନ୍ତି । ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ଅନୁପସ୍ଥିତିରେ ମିଳିଥିବା ସୁଯୋଗକୁ ଭଲ ଭାବରେ ବ୍ୟବହାର କରି ମୟଙ୍କ କ୍ୟାରିୟରର ୪ର୍ଥ ଶତକ ହାସଲ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ମୟଙ୍କ ଅପରାଜିତ (୧୨୦ ରନ୍‌) ରହି ପାଭଲିଅନକୁ ଫେରିଥିଲେ। କାନପୁର ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ପରେ ମୟଙ୍କଙ୍କୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହି ଓପନର ଭଲ ପ୍ରଦର୍ଶନକରି ନିନ୍ଦୁକମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ମୟଙ୍କଙ୍କ ଏହି ଇନିଂସରେ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ବଡ଼ ଭୂମିକା ରହିଛି । ଗାଭାସ୍କର ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କମେଣ୍ଟ୍ରି ଅଧିବେଶନ ସମୟରେ ମୟଙ୍କଙ୍କୁ ନିଜର ବ୍ୟାକ୍‌-ଲିଫ୍ଟକୁ କମ କରିବାକୁ ପରାମର୍ଶ ଦେଇଥିଲେ, ଯାହାକି ଓପରନଙ୍କ କାମ ଠିକ୍‌ ଭାବେ ପରିଚାଳିତ ହୋଇଥିଲା । ମୟଙ୍କ କହିଛନ୍ତି ଯେ, ଗାଭାସ୍କର ସାର କହିଥିଲେ ମୋତେ ନିଜର ପାଳିର ଆରମ୍ଭରେ ବ୍ୟାଟକୁ ସାମାନ୍ୟ ତଳକୁ ରଖିବାକୁ ହେବ। ମୁଁ ଏତେ କମ ସମୟ ମଧ୍ୟରେ ଏଥିରେ ପରିବର୍ତ୍ତନ କରିପାରୁ ନଥିଲି। ସେ ଯେତେବେଳେ ପରାମର୍ଶ ଦେଉଥିଲେ, ମୁଁ ତାଙ୍କର କାନ୍ଧର ସ୍ଥିତି ଉପରେ ନଜର ରଖିଥିଲି।

ଏଜାଜଙ୍କ ଉପରେ ଆକ୍ରମଣ କରିବାର ପ୍ଲାନର ଅଂଶବିଶେଷ ଥିଲା। କାରଣ ମୁଁ ଭାବିଥିଲି ଯେ, ସେ ଆଜି ବହୁତ ଭଲ ବୋଲିଂ କରିବେ। ସେ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ମୁଁ ମୋର ଯୋଜନା ଅନୁସାରେ ଖେଳିଥିଲି।

Leave a Reply

Your email address will not be published.