ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଳିଙ୍ଗ ସାମ୍ବାଦିକ ସ°ଘ

ଭୁବନେଶ୍ୱର,୨/୪ : କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଖବର ସ°ଗ୍ରହ କରିବା ସହିତ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇ ଧନ ଜୀବନ ବଞ୍ଚାଇବାରେ ସହାୟକ ହେଉଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧା ସମ୍ମାନ ଦେବା ସହ ମୃତ କାଳୀନ ଆର୍ଥିକ ରାଶି (୧୫ ଲକ୍ଷ) ଘୋଷଣା କରିଥିବାରୁ କଳିଙ୍ଗ ସାମ୍ବାଦିକ ସ°ଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଜି ସ°ଘ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇଥିଲେ। ସର୍ବପ୍ରଥମେ କରୋନା ଯୁଦ୍ଧରେ ସହୀଦ ହୋଇଥିବା ବୀର ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ°ଘର ଆବାହକ ସୁକାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କରୋନା ଦ୍ବିତୀୟ ଷ୍ଟ୍ରେନ ବହୁ କ୍ଷ୍ରିପ୍ର ଗତିରେ ବ୍ୟାପୁଥିବାରୁ ସମସ୍ତେ ଡବଲ ମାସ୍କ ପିନ୍ଧିବା ସହିତ ସଚେତନ ରହିବାକୁ ଆବାହକ ଶ୍ରୀ ରାଉତ ପରାମର୍ଶ ଦେଇଥିଲେ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିବା, ମୃତ ସାମ୍ବାଦିକଙ୍କ ପରିବାରକୁ ଯଥାଶୀଘ୍ର ଆର୍ଥିକ ରାଶି ପ୍ରଦାନ କରିବା, ବାକି ରହିଯାଇଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ତୁରନ୍ତ ସାମିଲ କରିବା ପାଇଁ ସ°ଘ ପକ୍ଷରୁ ଦାବି କରାଯାଇଥିଲା। ଏଥିରେ ଗୌରୀପ୍ରସାଦ ମହାନ୍ତି, ସ୍ମରଜିତ ଆର୍ଯ୍ୟ, ବିଦ୍ୟାଧର ବାରିକ, ସଗ୍ରାମ କିଶୋର ଦାସ, ଭୁବନେଶ୍ୱର ସମ୍ପାଦକ ସୌଭାଗ୍ୟ ରଞ୍ଜନ ମହାନ୍ତି ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

Leave a Reply

Your email address will not be published.