ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ

କଟକ:ପୁଲିସ କମିଶନରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପୁଲିସ କମିଶନର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ହାଇକୋର୍ଟ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ଜାରି କରିଥିବା ନିର୍ଦ୍ଦେଶନାମାକୁ ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ।
ସୂଚନାଯୋଗ୍ୟ ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟ, ଯେଉଁମାନେ ମୂର୍ତ୍ତି ନିର୍ମାଣ କରି ସାରିଛନ୍ତି ସେମାନେ କଟକ ଡିସିପିଙ୍କ ନିକଟରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ କିଛି ପୂଜା କମିଟିମାନେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ ।
କିନ୍ତୁ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପୋଲିସ କମିଶନର ପୁନର୍ବାର ଏକ ନିର୍ଦ୍ଦେଶନାମା ଜାରି କରିଥଲେ । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା କି ବେଲବରଣୀ ପୂର୍ବରୁ ମୂର୍ତ୍ତି ଭଙ୍ଗା ଯାଇପାରିବ । ତେବେ ସମସ୍ତ ପୂଜା କମିଟି ମାନେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ

Leave a Reply

Your email address will not be published.