ପ୍ରିୟଦର୍ଶୀଙ୍କ ବିୟୋଗରେ କଳିଙ୍ଗ ସାମ୍ବାଦିକ ସଂଘର ଶୋକ ସଭା

ଭୁବନେଶ୍ୱର,୧୨ା୭(ଏନ୍ ନ୍ଯୁଜ୍‌) ‘କଳିଙ୍ଗ ସାମ୍ବାଦିକ ସଂଘ’ ତରଫରୁ ଦୈନିକ ଖବରକାଗଜ ‘ସମାଜ’ର ହିଞ୍ଜିଳିକାଟୁ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ(୪୭)ଙ୍କର କରୋନା ସଂକ୍ରମଣ ବିୟୋଗରେ ଶୋକ ସଭା କରାଯାଇଥିଲା। କଳିଙ୍ଗ ସାମ୍ୱାଦିକ ସଂଘ କାର୍ଯ୍ୟାଳୟ ନିକଟରେ ସଂଘର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସୁକାନ୍ତ ରାଉତ.ଡି ନିରଞ୍ଜନ ରେଡ଼ି, ସଂଗ୍ରାମ କିଶୋର ଦାସ,ଗୌରୀ ପ୍ରସାଦ ମହାନ୍ତି,ଦୁଷମନ୍ତ ଜେନା, କମଳାକାନ୍ତ ନାୟକ.ଜଗନ୍ନାଥ ଭଞ୍ଜ.ସ୍ମରଣ ଜିତ ଆର୍ଯ୍ୟ.ବିଦ୍ୟାଧର ବାରିକ ଯୋଗ ଦେଇ ଶୋକସଭା ବ୍ୟକ୍ତ କରିବା ସହିତ ମୃତ ସାମ୍ବାଦିକଙ୍କ ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିବା ଓ ତାଙ୍କ ପରିବାରର ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published.