ଚାନ୍ଦିପୁରରୁ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ରୀପକ୍ଷଣ

ଚାନ୍ଦିପୁରବୁଧବାର ଚାନ୍ଦିପୁରସ୍ଥିତ ଅନ୍ତରୀଣ ପରୀକ୍ଷଣ ଘାଟିରୁ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟବହାରିକ ରୀପକ୍ଷଣ କରାଯାଇଛି। ସକାଳ ୧୦ଟା ୨୭ମିନିଟରେ  ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା ସୂଚନା ରହିଛି। ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।

ବ୍ରହ୍ମୋସର ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିବାର କ୍ଷମତା ରହିଛି।  ବ୍ରହ୍ମୋସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି। ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।  ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ  ଲକ୍ଷ୍ୟଭେଦ କରିପାରିବାର କ୍ଷମତା ମଧ୍ୟ ରହିଛି।

Leave a Reply

Your email address will not be published.