ନିଖୋଜ ଓଡ୍ରାଫ ଯବାନଙ୍କ ବାବଦରେ ବଡ ସୂଚନା ଦେଲେ ଏସଆରସି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଗଜରାଜ ଉଦ୍ଧାର ବେଳେ ହୋଇଥିବା ବୋଟ୍ ଦୁର୍ଘଟଣାରେ ଗତକାଲିଠାରୁ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ନିଖୋଜ ରହିଛନ୍ତି ।  ଏନେଇ ଏସଆରସି ପ୍ରଦୀପ ଜେନା ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ଓଡ୍ରାଫ୍ ଯବାନଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି । ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଭୁଲ ସୂଚନା ଅଂଶୀଦାର ହୋଇଛି ଯାହାକୁ ନେଇ ସେ ଗଭୀର ଦୁଃଖିତ ବୋଲି କହିଛନ୍ତି ।

ଗତକାଲିଠାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ୍ ଟିମ୍ ଆଜି ଧବଳେଶ୍ୱର ନିକଟରେ ଏକ କ୍ଷତ ବିକ୍ଷେତ ମୃତଦେହ ଉଦ୍ଧାର କରିଛି । ଏନେଇ ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇ ସେହି ମୃତ ଶରିରଟି ନିଖୋଜ ଯବାନଙ୍କର ବୋଲି କହିଥିଲେ ଏସଆରସି ପ୍ରଦୀପ ଜେନା । ଏହାସହିତ ସେ ଏହିପରି ଉଦ୍ଧାର କାର୍ଯ୍ୟରେ କୌଣସି ସାଧାରଣ ଲୋକେ ବା ସାମ୍ବାଦିକ ପ୍ରତିନିଧି ସାମିଲ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.