ହିରାକୁଦରେ ଦିନ ୧୧ଟାରେ ଖୋଲିଲା ଦୁଇଟି ଗେଟ୍

ଭୂବନେଶ୍ବର: ହୀରାକୁଦ ନଦୀ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ଛଡାଯାଇଛି । ଦିନ ୧୧ଟା ସମୟରେ ବର୍ଷର ପ୍ରଥମ ବନ୍ୟା ଜଳ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଛଡାଯାଇଛି । ଗେଟ ନମ୍ବର ୭ ଏବଂ ୧୧ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । କଟକର ମୁଣ୍ଡୁଳି ନିକଟରେ ଏହି ଜଳ ପହଁଞ୍ଚିବାକୁ ପାଖାପାଖି ଏକ ଘଣ୍ଟା ସମୟ ଲାଗିବ ବୋଲି କତୃପକ୍ଷ କହିଛନ୍ତି ।

ନଦିବନ୍ଧରୁ ତଳିଆ ଅଞ୍ଚଳର ୧୨ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏନେଇ ସୂଚନା ଦିଆଯାଇଛି । ଅପ୍ରିତିକର ପରିସ୍ତିତିକୁ ଏଡାଇବା ପାଇଁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ବାରଣ କରାଯାଇଛି । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ପ୍ରଥମେ ଦୁଇଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଥିବା ବେଳେ ପରେ ଅନ୍ୟ ଗେଟ ଖୋଲିଲେ କୁହାଯିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published.