କରୋନା କଟକଣା ମଧ୍ୟରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): କରୋନା କଟକଣା ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ମଧ୍ୟରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ । ଏସବୁ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ହେବ । ଅନଲାଇନ ଓ ଅଧିକ କାଉଣ୍ଟର କରି ଟିକେଟ ବିକ୍ରି କରି ହେବ ‌‌। ଆବଦ୍ଧ କୋଠରୀରେ ୫୦% ଦର୍ଶକ ପାଇଁ ଅନୁମତି ରହିଛି । ୬୫ ବର୍ଷରୁ ଅଧିକ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବା ଲାଗି ବାରଣ କରାଯାଇଛି ।

ଏନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏଥିପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଏସପିଙ୍କ ଅନୁମତି ନେବାକୁ ହେବ । ଖୋଲା ପଡ଼ିଆରେ ସାମାଜିକ ଦୂରତା ରକ୍ଷା କରି ୨୦୦୦ଲୋକ ବସି ପାରିବେ । ଏସଆରସି ଏହି ସୂଚନା ଦେଇଛନ୍ତି । ଏହାସହ ଯେଉଁମାନେ ଡବଲ ଡୋଜ କରୋନା ଟିକା ନେଇଥିବେ ବା ୭୨ ଘଣ୍ଟା ପୂର୍ବରୁ ଆଣ୍ଟିଜେନ ବା ଆରଟିପିସିଆର ଟେଷ୍ଟ କରାଇଥିବେ କେବଳ ସେହିମାନଙ୍କୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ଲାଗି ଅନୁମତି ମିଳିବ ।

Leave a Reply

Your email address will not be published.