ଟ୍ରେନରେ ପୁଣି ମିଳିବ ରନ୍ଧା ଖାଦ୍ୟ: ରେଳବାଇ ବୋର୍ଡ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ । ଯାତ୍ରୀମାନଙ୍କୁ ଟ୍ରେନରେ ଖାଲି ପେଟରେ ଯାତ୍ରା କରିବାକୁ ପଡିବ ନାହିଁ । ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳବାଇ ବୋର୍ଡ ଏକ ଚିଠି ଜାରି କରି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) କୁ ପୁଣି ଥରେ ରନ୍ଧା ଖାଦ୍ୟ ଯୋଗାଇବା ସେବା ଆରମ୍ଭ କରିବାକୁ କହିଛି । କରୋନା ମହାମାରୀ ପାଇଁ ରେଳବାଇ ଟ୍ରେନରେ ଖାଦ୍ୟ ସୁବିଧା ବନ୍ଦ ରଖିଥିଲା । ଏବେଠୁ ଯାତ୍ରୀଙ୍କୁ ପାଇଁ ଟ୍ରେନରେ ଉପଲବ୍ଧ ହେବ ରନ୍ଧା ଖାଦ୍ୟ । ସୂଚନାଯୋଗ୍ୟଯେ, ଟ୍ରେନରେ ସମ୍ପ୍ରତି କେବଳ ଚା, କଫି, ସ୍ନାକ୍ସ ଏବଂ ରେଡି-ଟୁ-ଇଟ ଖାଦ୍ୟ ଉପଲବ୍ଧ ହେଉଛି । ଏଥିମଧ୍ୟରେ ନୁଡୁଲ୍ସ, ରାଜମା ଚାଉଳ ଏବଂ ସୁପ ଇତ୍ୟାଦି ଅନ୍ତର୍ଭୁକ୍ତ, କିନ୍ତୁ ବର୍ତ୍ତମାନ ମାସ ଶେଷ ସୁଦ୍ଧା ଲୋକମାନେ ରନ୍ଧା ଯାଇଥିବା ଗରମ ଏବଂ ପ୍ରିୟ ଖାଦ୍ୟ ଖାଇ ପାରିବେ ।

Leave a Reply

Your email address will not be published.