ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍

ଅମୃତସର, (ନାଗରାଜ ନ୍ୟୁଜ): ପଞ୍ଜାବରେ ଧମାଲ କରିଛି ଆମ୍ ଆଦମୀ ପାର୍ଟି । ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବାକୁ ଯାଉଛି ଆପ୍ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭବୱନ୍ତ ମାନ୍ ହେବାକୁ ଯାଉଛନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତେବେ ଭଗୱନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବ ରାଜଭବନରେ ହେବ ନାହିଁ । ମହାନ୍ ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହଙ୍କ ଖଟକର୍ କଲାନରେ ହେବ ବୋଲି କହିଛନ୍ତି ମାନ୍ । ଚର୍ଚ୍ଚରେ ଥିବା ଏହି ଆପ୍ ନେତା ପଞ୍ଜାବବାସୀଙ୍କର ସର୍ବାଧିକ ପସନ୍ଦର ନେତା ହୋଇଛନ୍ତି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ଲଜ୍ଜାଜନକ ପ୍ରଦର୍ଶନ କରିଛି । ରିପୋର୍ଟ ଲେଖାହେବା ସୁଦ୍ଧା ପଞ୍ଜାବରେ ଆପ୍ ୮୩ଟି ଆସନରେ ବିଜୟୀ ହୋଇସାରିଛି । ଅନ୍ୟପଟେ କଂଗ୍ରେସ ୧୪ଟି ବିଜେପି ମେଣ୍ଟ୨ଟି, ସିରୋମଣୀ ଅକାଳୀ ଦଳ ୪ଟି ଏବଂ ଅନ୍ୟମାନେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published.