ପଶ୍ଚିମବଙ୍ଗରେ ହେବ ଜୋରଦାର ଲଢେଇ, ଉପ- ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ

କୋଲକାତା, (ନାଗରାଜ ନ୍ୟୁଜ): ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପ-ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ ହୋଇସାରିଛି । ପଶ୍ଚିମବଙ୍ଗରେ ଉପ- ର୍ନିବାଚନର ଲଢେଇ ଏଥରକ ଜୋରଦାର ହେବ । ଯେହେତୁ ଏଥରକ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ଦୁଇ ମହିଳା । ଏବେ ଦିଦିଙ୍କୁ ଟକ୍କର ଦେବେ ବିଜେପିର ପ୍ରୀୟଙ୍କା ଟିବରେୱାଲ । ଭବାନୀପୁର ବିଧାନସଭା ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନିର୍ବାଚନ ଲଢିବେ । ଆସନ୍ତା ୩୦ ତାରିଖରେ ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଯେହେତୁ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରୀୟଙ୍କା ।

ଭବାନୀପୁର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରୀୟଙ୍କା । ପ୍ରୀୟଙ୍କା ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜନୀତୀରେ ଏବେ ବେଶ୍ ସକ୍ରିୟ ରହିଛନ୍ତି ପ୍ରୀୟଙ୍କା । ପ୍ରୀୟଙ୍କା ଟେବରୱାଲ ପୂର୍ବରୁ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରୀମକୋର୍ଟ ଓ କୋଲକାତା ହାଇକୋର୍ଟ ଆଇନଜୀବୀ ମଧ୍ୟ ରହିଛନ୍ତି ।

 

ପୂର୍ବରୁ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁରରେ ବାଜି ମାରିବା ପାଇଁ କଳବଳ କୌଶଳ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହାରି ମଧ୍ୟରେ ବିଜେପି ମଧ୍ୟ ତାର ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦିଦିଙ୍କୁ ଚେକ୍ ମେଟ୍ ଦେବା ପାଇଁ । ତେବେ ଭାବନୀପୁର ଆସନରେ ଦିଦିଙ୍କୁ ଟକ୍କର ଦେବା ପାଇଁ ବିଜେପି ଜଣେ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଏକ କଡା ଟକ୍କର ଦେଖିବାକୁ ମିଳିବ ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି ।

ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଟିଏମସିକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଭବାନୀପୁରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

Leave a Reply

Your email address will not be published.