ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା, ୪୮ ଘଣ୍ଟା ଭିତରେ ମୁଖ୍ୟ କାରପଟଦାରମାନଙ୍କୁ ଗିରଫ ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ସାଲଭଟା ଆଦିବାସୀ

ଭୁବନେଶ୍ଵର,୧୯।୮(ଏନ୍ ନ୍ଯୁଜ୍‌) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିନ ସଲେଭଟା ଗାଁରେ ଗାଈ ଖାଇ ଜଳ ପ୍ରକଳ୍ପ ନିକଟ ଜଙ୍ଗଲ ଜମିରେ ଆଦିବସୀ ମାନଙ୍କର ନିର୍ମାଣାଧିନ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଗୃହକୁ ଜେସିବି ମେସିନ ଲଗାଇ ଭାଙ୍ଗିଥିବା ଘଟଣାରେ ପୁଲିସ ସରପଞ୍ଚଙ୍କ ସମେତ ୨ଜଣ ଆଦିବାସୀଙ୍କୁ ଗିରଫ୍ କରିଥିବା ବେଳେ ଏମାନଙ୍କ ପଛରେ ଥିବା ମୁଖ୍ୟ କାରପଟଦାରଙ୍କୁ ଛାଡି ଦେଇଛି । ଏହି ମୁଖ୍ୟ କାରପଟଦାରମାନଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରା ନ ଗଲେ ଜିଲ୍ଲାବ୍ୟାପି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଆଦିବାସୀ ମଞ୍ଚ । ସୂଚନାଯୋଗ୍ୟ ଯେ ଆଦିବାସୀମାନେ ସାଲେଭଟା ଗ୍ରାମର ସେମାନଙ୍କ ଘର ଭଙ୍ଗା ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଆକାଶ ମିଶ୍ର ପିତା ବାଳଗୋପାଳ ମିଶ୍ର,ସୁରେଶ ପଣ୍ଡା ,ଅରବିନ୍ଦ ବଶତପଥୀ,ଦାମ ହୋତା ,ବିଜୟ ବେହେରା,ସର୍ବେ ମେହେର ,ସୁଶୀଲ ଗୁରୁ ,ପ୍ରଫୁଲ୍ଲ ସାହୁ .ମୋହନ ନମୁଣ୍ଡା,ଶ୍ରୀମତୀ ହେମକନ୍ତି ମୁଣ୍ଡାଙ୍କ ନାମରେ ଲୋକସିଂହା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ କରିଥିବା ଏଟ୍ରୋସିଟି ର ପୀଡିତ ପରିବାର ସୁଗ୍ରୀ ଶବର ,ନାରାୟଣ ଶବର .ଦଶରଥ ଶବର ,ଝିତୃ ଶବର , ତୀର୍ଥ ବାଗଙ୍କ ଅଭିଯୋଗ ମୁତାବକ ମାଷ୍ଟର ବାଗ
ଗାଇଖାଇ ଛକ ,ସାଲେଭଟାର
ଉପରୋକ୍ତ ଦଶ ଜଣ ଅଭିଯୁକ୍ତ ଙ୍କ ନାମରେ ଲୋଇସିଂହା ଥାନାରେ ପୁଲିସ କେଶ ସଂ ଠ୨୩୮ଗତ ୧୧ ତାରିଖରେ ମକଦ୍ଧମା ରୁଜ୍‌ କରି ଆଦିବାସୀ ହରିଜନ ନିର୍ଯାତନା ନିବାରଣ ଆଇନରେ ଦଫା ଲଗାଇ ତଦନ୍ତ କରୁଛି। ହେଲେ ଘର ସମ୍ପୂର୍ଣ ଧ୍ୱସ୍ତ ବିଧ୍ୱସ୍ତ କରି ଧନ ସମ୍ପତ୍ତି କ୍ଷତି କରିଥିବା ୪୩୬ରେ ଦଫା ଲଗା ଯାଇନାହିଁ। ଏହାର ପ୍ରତିବାଦରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ,ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଅବଗତି ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ,ମହାମହିମ ରାଷ୍ଟ୍ରପତି ,ମହାମହିମ ରାଜ୍ୟପାଳ ଓଡିଶା ,ମୁଖ୍ୟ ଶାସନ ସଚିବ ଓଡିଶା , ପୁଲିସ ମହା ନିର୍ଦ୍ଦେଶସକ ,ଆର ଡି ସି ,ଜ଼ିଲ୍ଲାପାଳ ,ଆରକ୍ଷୀ ଅଧିକ୍ଷକ ଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ସକାଶେ ସ୍ମାରକପତ୍ର ମେଲ ଜରିଆରେ ପଠାଇଥିଲେ।
ଜ଼ିଲ୍ଲାପାଳ ଏବଂ ପୁଲିସ ଏସ୍‌ପି ଙ୍କୁ ସଂଘ ର କର୍ମକର୍ତ୍ତା ସାକ୍ଷାତ କାରି ସ୍ମାରକପତ୍ର ଦେଇଛନ୍ତି l
ଦୁଇ ଦିନ ପରେ ସବୁ ଥାନାରେ ଅଭିଯୋଗ କରିବ। ଯଥା ଶିଘ୍ର ସମସ୍ୟାରେ ସମାଧାନ କରା ନ ଗଲେ
ରାସ୍ତା ରୋକୋ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ମଧ୍ୟ ଦେଇଥିଲା। ହେଲେ ଏଯାବତ ଅଭିଯୋଗ ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯା viଇ ନାହିଁ। ତୁରନ୍ତ ଘରଭଙ୍ଗା ଘଟଣାରେ ସଂପୃକ୍ତ ମାନଙ୍କୁ ଗିରଫ କରା ନ ଗଲେ ୪୮ ଘଣ୍ଟା ପରେ ଜିଲ୍ଳା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ପାଳ ଓ ପୁଲିସ ଅଧିକାରୀଙ୍କୁ ଚିଠି ଲେଖି ସଲଭେଟା ଆଦିବସୀ ମଞ୍ଚ ଅବଗତ କରାଇଛି।

Leave a Reply

Your email address will not be published.