ପୁଣି ଚୀନକୁ ଶକ୍ତ ଝଟକା ଦେଲା ଆମେରିକା

ୱାଶିଂଟନ: ପୁଣି ଚୀନ‌କୁ ଶକ୍ତ ଝଟକା ଦେଇଛି ଆମେରିକା । ଚୀନକୁ ଶକ୍ତ ଝଟକା ଦେବାକୁ ଯାଇ ହଂଗକଂଗ ସହ ୩ଟି ବୁଝାମଣା ସ୍ୱାକ୍ଷରକୁ ଶେଷ କରିଛି ଆମେରିକା । ଚୀନର ହଂଗକଂଗରେ ନୟା ରାଷ୍ଟ୍ରୀୟ ସୁରକ୍ଷା ଲାଗୁ କରିବା ପରେ ଆମେରିକା ଏଥିରୁ ନିବୃତ୍ତ ରହିଛି । ଏକ ମାସ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହ ହଂଗକଂଗର ସ୍ୱତନ୍ତ୍ର ମାନ୍ୟତାକୁ ଶେଷ କରି ଦେଇଥିଲେ । ହଂଗକଂଗରେ କୁଟନୈତିକ ଅସନ୍ତୁଷ୍ଟ ଉପରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାୟୀ ଥିବା ଚୀନ ଅଧିକାରୀଙ୍କ ଉପରେ କଟକଣା ନେଇ ଆଇନ ଉପରେ ଦସ୍ତଖତ କରିଥିଲେ । ବୁଧବାର ଟ୍ରମ୍ପ ପ୍ରଶାସନ ହଂଗକଂଗ ସହିତ ୩ଟି ଦ୍ୱିପାକ୍ଷୀକ ବୁଝାମଣାକୁ ସ୍ଥଗିତ କରିଛି । ଏଥିରେ ପ୍ରତ୍ୟାର୍ପଣ ଏବଂ କର ରିହାତି ମଧ୍ୟ ସାମିଲ ଅଛି । ବିଦେଶ ବିଭାଗ ମୁଖପାତ୍ର ମୋର୍ଗାନ ଓର୍ଟାଗସ କହିଛନ୍ତି, ଆମେ ୩ଟି ଦ୍ୱିପାକ୍ଷୀକ ବୁଝାମଣା ବାତିଲ କରିଦେଇଛୁ । ୩ଟି ଦ୍ୱିପାକ୍ଷୀକ ଚୁକ୍ତି ଶେଷ କରିବା ନେଇ ଅଗଷ୍ଟ ୧୯ରେ ହଂଗକଂଗର ଅଧିକାରୀମାନଙ୍କୁ ସୂଚନା ଦେଇଛୁ ।

Leave a Reply

Your email address will not be published.