୨୦୨୧ ସାହିତ୍ୟ ନୋବେଲ ପୁରଷ୍କାରର ଘୋଷଣା, ଅବଦୁଲରଜାକଙ୍କୁ ମିଳିଲା ସମ୍ମାନ

ନାଗରାଜ ନ୍ୟୁଜ: ସାହିତ୍ୟରେ ୨୦୨୧ ନୋବେଲ ପୁରସ୍କାର ପାଇଁ ତାଞ୍ଜାନୀୟ ଲେଖକ ଅବଦୁଲରଜାକ୍ ଗୁରୁନାଙ୍କୁ ମନୋନୀତ କରାଯାଇଛି । ସ୍ୱିଡେନ ଏକାଡେମୀ କହିଛି ଯେ ‘ବିନା ସଙ୍କୋଚରେ ଓ ଦୟାଭାବରେ ଉପନିବେଶବାଦର ପ୍ରଭାବକୁବୁ ବୁଝିବାରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଜାନଜିବରରେ ଜନ୍ମଗ୍ରହଣ କରି ଇଂଲଣ୍ଡରେ ରହୁଥିବା ଲେଖକ ଅବଦୁଲରଜାକ ଗୁରୁନା କେଣ୍ଟ ବିଶ୍ୱବିଦ୍ୟାଳୟର ପ୍ରଫେସର । ତାଙ୍କର ଉପନ୍ୟାସ ‘ପାରାଡାଇଜ୍’ ୧୯୯୪ ରେ ବୁକର୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଏହି ସମ୍ମାନଜନକ ପୁରସ୍କାର ଅଧୀନରେ ଏକ ସ୍ୱର୍ଣ୍ଣ ପଦକ ଏବଂ ୧୦ ମିଲିୟନ ସ୍ୱିଡେନ କ୍ରୋନୋର (ପ୍ରାୟ ୧୧.୪ ନିୟୁତ ଡଲାର) ପୁରସ୍କାର ପ୍ରଦାନ କରାଯିବ ।

Leave a Reply

Your email address will not be published.