ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି, ଖାଦ୍ୟ ଖାଇ ୮୦ଜଣ ଛାତ୍ର ଅସୁସ୍ଥ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ ): ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୮୦ ଜଣ ପିଲା ଅସୁସ୍ଥ ହୋଇପଡିଛନ୍ତି । ମଧ୍ୟାହ୍ନ ଭୋଜନରେ ଏକ ମଲା ଝିଟିପିଟି ମିଳିବା ପରେ ଛାତ୍ରମାନେ ଅସୁସ୍ଥ ହୋଇପଡିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ । ସୂଚନା ଅନୁସାରେ, ଟଣ୍ଡା ଗାଁର ଭେଙ୍କଟାପୁରାରେ ଥିବା ଏକ ସରକାରୀ ବିଦ୍ୟାଳୟର ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଏକାଥରକେ ୮୦ ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ ପରେ ଏହାର କାରଣ ଜଣାପଡ଼ିଥିଲା ଯେ ଖାଦ୍ୟ ରନ୍ଧା ସମୟରେ ଏକ ମଲା ଝିଟିପିଟିରେ ପଡ଼ିଯାଇଥିଲା ।
ପରେ ଅସୁସ୍ଥ ଥିବା ସମସ୍ତ ୮୦ ଛାତ୍ରଙ୍କୁ ରାନିବେନୁର ଅଞ୍ଚଳର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ବିଦ୍ୟାଳୟ ପ୍ରଶାସନ ଅନୁଯାୟୀ, ସମସ୍ତ ଛାତ୍ର ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏଥିସହିତ ଅବହେଳା ହେତୁ ବିଦ୍ୟାଳୟ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.