ଆଉ ନାହାଁନ୍ତି ବାପ୍ପି ଲାହିରୀ

ମୁମ୍ବାଇ,(ନାଗରାଜ ନ୍ୟୁଜ): ପ୍ରସିଦ୍ଧ  ଗାୟକ ଓ ସଂଗୀତଜ୍ଞ ବାପ୍ପି ଲାହିରୀଙ୍କ ୭୦ ବର୍ଷ ବୟସରଙ୍କ ଆଜି ପରଲୋକ ହୋଇଯାଇଛି । ମୁମ୍ବାଇର ଏକ ହସ୍‌ପିଟାଲରେ ବାପ୍ପି ଲାହିରୀ ଅନ୍ତିମ ନିଃଶ୍ୱାସ ନେଇଥିବା ଜାତୀୟ ଗଣମାଧମ ରିପୋର୍ଟ କରିଛି । ହଠାତ୍ ଗୁରୁତର ହୋଇପଡ଼ିବାରୁ ବାପ୍ପିଙ୍କୁ ମଙ୍ଗଳବାର ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ।

ଭାରତରେ ଡିସ୍କୋ ମ୍ୟୁଜିକର ପୁରୋଧା କୁହାଯାଉଥିବା ବାପ୍ପି ‘ଦା’ ପରଲୋକ ହୋଇଯିବା ପରେ ତାଙ୍କର ସମର୍ଥକ ତଥା ସଂଗୀତ ଜଗତର ଏକ ବଡ଼ଧରଣର କ୍ଷତି ପହଞ୍ଚିଛି । ସୂଚନାଯୋଗ୍ୟ ବାପ୍ପି ଲାହିରୀ ଡିସ୍କୋ ଡାନ୍ସର, ନମ ହଲାଲ, ଶରାବୀ, କମାଣ୍ଡୋ, ଗ୍ୟାଙ୍ଗ ଲିଡର, ଲହୁ କେ ଦୋ ରଂଗ, ଚଲତେ ଚଲତେ, ଟ୍ୟାକ୍ସି ନମ୍ବର ୯୨୧୧ ଭଳି ଫିଳ୍ମରେ ସଂଗୀତ ଦେଇଥିଲେ ।  ହିନ୍ଦୀ ଚଳଚ୍ଚିତ୍ରରେ ଡିସ୍କୋ ମ୍ୟୁଜିକକୁ ଲୋକପ୍ରିୟ କରିବାରେ ବାପ୍ପି ଲାହିରୀଙ୍କ ଅବଦାନ ଭୁଲି ହେବ ନାହିଁ । ସେ ୮୦ରୁ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ଫିଲ୍ମକୁ ହିଟ୍ ଗୀତ ଦେଇଥିଲେ । ନିଜର ଆଭୂଷଣ ପାଇଁ ମଧ୍ୟ ବାପ୍ପି ଲୋକପ୍ରିୟତା ହାସଲ କରିଥିଲେ ।

Leave a Reply

Your email address will not be published.