କରୋନାରେ ବିଶ୍ୱବ୍ୟାପୀ ୪୪ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ନିମ୍ନଗାମୀ ହୋଇଛି । କିନ୍ତୁ ଏହାରି ମଧ୍ୟରେ ବିଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୪୪ କୋଟି ଅତିକ୍ରମ କରିଛି । ସେହିଭଳି ମୃତକଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର ହୋଇଛି । ସଂକ୍ରମଣକୁ ବିନାଶ କରିବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଉଦ୍ୟମ କରୁଛନ୍ତି । କିନ୍ତୁ କୌଣସି ପ୍ରକାରର ପ୍ରଭାବଶାଳୀ ଔଷଧ ବାହାରି ନଥିବାରୁ କରୋନା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ ।

ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱପ୍ୟାପୀ ୧୪ ଲକ୍ଷ ୫୩ ହଜାର ୪୧୬ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ ଲକ୍ଷ ୬୦ ହଜାର ୨୨୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୪ କୋଟି ୧ ଲକ୍ଷ ୯୦୧ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୭ କୋଟି ୨୮ ଲକ୍ଷ ୫ ହଜାର ୫୭ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୯୧ ହଜାର ୧୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୬ କୋଟି ୧୩ ଲକ୍ଷ ୪ ହଜାର ୬୭୮ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୭୬ ହଜାର ୨୪ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published.