ଭାରତୀୟଙ୍କୁ ଉଦ୍ଧାର ପାଇଁ ସାହାଯ୍ୟ କରିବାକୁ ଭରସା ଦେଲେ ପୁତିନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ସଂଘର୍ଷ ଦିନକୁ ଦିନ ଖରାପ ସ୍ତରଆଡ଼କୁ ଅଗ୍ରସର ହେଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରୁଷିଆର ରାଷ୍ଟ୍ରପତିଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ୨ୟ ଥର ପାଇଁ ପୁତିନଙ୍କ ସହିତ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ସମୟରେ ରୁଷୀୟ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଦେବାରେ ସହଯୋଗ କରିବେ ବୋଲି ଭରସା ଦେଇଛନ୍ତି ।

ଖାରକିଭ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁତିନଙ୍କ ସହିତ କଥା ହୋଇଛନ୍ତି । ରୁଷିଆ ଦେବି କରିଛି ଯେ, ଖାରକିଭ ଉପରେ ନିୟନ୍ତ୍ରଣ କରିସାରିଛି । ଖାରକିଭରେ ବ୍ୟାପକ ସଂଖ୍ୟାରେ ଭାରତୀୟ ଛାତ୍ର-ଛାତ୍ରୀମାନେ ଫସିରହିଛନ୍ତି । ପୁତିନ କହିଛନ୍ତି ଯେ, ରୁଷୀୟ ସେନା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ପୁତିନ ଏହା ମଧ୍ୟ କହିଛନ୍ତି ଯେ, ଆମେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳକୁ ତୁରନ୍ତ ସେଠାରୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର କରିଡର ମାଧ୍ୟମରେ ଖୁବ ଶୀଘ୍ର ରୁଷିଆ ନେଇ ଯିବାକୁ ଉଦ୍ୟମ କରୁଛୁ । ଏହା ପରେ ସେମାନଙ୍କୁ ଭାରତ ପଠାଇ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ଓ ପୁତିନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଳ୍ପ ସମୟ ପରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୟୁକ୍ରେନ୍ ସରକାର ଉପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ଅଣାଯାଇଛି ।

Leave a Reply

Your email address will not be published.