ଓମିକ୍ରନ୍‌ ଭୟରେ ବୁଷ୍ଟ ‌ଡୋଜ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦେଶରେ କରୋନା ମହାମାରୀର ନୂଆ ଭ୍ୟାରିଆଣ୍ଟଓମିକ୍ରନ୍‌ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏଥିନେଇ ଲୋକମାନେ ବେଆଇନ ଭାବେ ବୁଷ୍ଟର ଡୋଜ୍‌ ନେବା ଆରମ୍ଭ କରିଛନ୍ତି । ଏବେ ଦେଶରେ ବୁଷ୍ଟର ‌ଡୋଜ୍‌ ପାଇଁ ସରକାରୀ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ତେବେ ବୁଷ୍ଟରକୁ ନେଇ କୌଣସି ଜାତୀୟ ନୀତି ଜାରି ହେବା ପୂର୍ବରୁ ଲୋକମାନେ ମନକୁ ମନ ବୁଷ୍ଟର ଡୋଜ୍‌ ନେବା ସଂକ୍ରାନ୍ତରେ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଲଗାତାର ଅନୁରୋଧ ପରେ ଡାକ୍ତରମାନେ କିଛି ଲୋକଙ୍କୁ କୋଭିସିଲ୍ଡ ଏବଂ କୋଭାକ୍ସିନ ପରେ ବୁଷ୍ଟର ଡୋଜ୍‌ ‌ଦେଇଥିବା କହିଛନ୍ତି । କିଛି ଲୋକ ମଧ୍ୟ କକ୍‌ଟେଲ ‌ନେଇଛନ୍ତି । ଏଭଳି କ୍ଷେତ୍ରରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଡୋଜ୍‌ ନେବାପରେ ସ୍ପୁଟନିକ୍‌ ଭି’ର ଗୋଟିଏ ଡୋଜ୍‌ ନେଇଛନ୍ତି ।

ଏକ ହସ୍ପିଟାଲ୍‌ ସୂଚନାନୁଯାୟୀ ବୁଷ୍ଟର ଡୋଜ୍‌ ନେବା ତାଲିକାରେ ସବୁଠୁ ଆଗରେ ରହିଛନ୍ତି ରାଜନେତା, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଏବଂ ବ୍ୟବସାୟୀ । ଦିଲ୍ଲୀରେ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଅଧିକାଂଶ ଲୋକ ଟିକାକରଣ ପ୍ରକ୍ରିୟା ଶେଷ କରିବାପରେ କେବଳ ଗୋଟିଏ ବୁଷ୍ଟର ଡୋଜ୍‌ ନେଇଛନ୍ତି । କିନ୍ତୁ ବିଶେଷଜ୍ଞମାନେ ସଚେତନ କରାଇଛନ୍ତ । ବିଶେଷଜ୍ଞମାନେ କହିଛନ୍ତି, ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅତି ଖରାପ୍‌ ପ୍ରଭାବ ପଡ଼ିବ । ଏମ୍ସର ଗଣ ଔଷଧ ବିଭାଗ ପ୍ରଫେସର ଡାକ୍ତର ସଂଜୟ ରାୟ କହିଛନ୍ତି, ଓମିକ୍ରନ ବିରୋଧରେ ବୁଷ୍ଟର ସାହାଯ୍ୟ କରିପାରିବ କି ନା’ ସେନେଇ କୌଣସି ପ୍ରମାଣ ନାହିଁ। ଆଣ୍ଟିବଡି ବୃଦ୍ଧି ହେବା ଦ୍ୱାରା କେବଳ ଭାଇରସ୍‌ କବଳରୁ ସୁରକ୍ଷା ମିଳୁନାହିଁ। ଭୁଲ୍‌ ସୂଚନା ପାଇଥିବା ଲୋକମାନେ ବୁ‌ଷ୍ଟର ଡୋଜ୍‌ ନେଉଛନ୍ତି। ଅଧିକାଂଶ ହସ୍ପିଟାଲ୍‌ ଏବଂ କମ୍ପାନି ସେମାନଙ୍କ ଷ୍ଟକ୍‌ର ଏକ୍ସପାଇରି ଶେଷ ହେବା ପୂର୍ବରୁ ଏହାକୁ ଖାଲି କରିବାକୁ ଚାହିଛନ୍ତି। ତେବେ ବିଦେଶରେ ବୁଷ୍ଟର ଡୋଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଭାରତରେ ଏଯାବତ ଆରମ୍ଭ ହୋଇନାହିଁ ।

Leave a Reply

Your email address will not be published.