ବିଜୁଳି ସଙ୍କଟ: ଏକ ସପ୍ତାହ ମଧ୍ୟରେ ସ୍ଥିତିରେ ଆସିବ ସୁଧାର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କୋଇଲା ଅଭାବ ହେତୁ ବିଦ୍ୟୁତ ସଙ୍କଟ ମୁକାବିଲା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି, କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତେବେ ଦେଶରେ କୋଇଲା ଅଭାବ ନାହିଁ ଏବଂ ଏକ ସପ୍ତାହ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ତଥା ବିଦ୍ୟୁତ କମ୍ପାନୀ ଓ ରେଳବାଇର କୋଇଲା ଚାହିଦା ପୂରଣ କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । କେନ୍ଦ୍ର ସରକାର ଏହାର ଦୈନିକ କୋଇଲା ଉତ୍ପାଦନକୁ ୧୯.୪ ଲକ୍ଷ ଟନରୁ ଦିନକୁ ୨୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଯାଉଛନ୍ତି । ସରକାରଙ୍କ କହିବା ଅନୁସାରେ, ଏକ ମାସ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ।

ସାମ୍ପ୍ରତିକ ଶକ୍ତି କିମ୍ବା କୋଇଲା ସଙ୍କଟ ପାଇଁ ଅନେକ କାରଣ ଅଛି । ଜାନୁଆରୀରୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟକୁ ନିଜ ନିଜ ରାଜ୍ୟରେ କୋଇଲା ନେବା ଏବଂ ଷ୍ଟକ କରିବା ପାଇଁ ଚିଠି ଲେଖିଛନ୍ତି, କିନ୍ତୁ କୈାଣସି ରାଜ୍ୟ ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି । କୋଲ ଇଣ୍ଡିଆ ଏକ ସୀମା ପର୍ଯ୍ୟନ୍ତ ଷ୍ଟକ କରିପାରିବ । ଯଦି ସେଠାରୁ ଅଧିକ କୋଇଲା ଷ୍ଟକ ହେବ, ତେବେ ନିଆଁ ଲାଗିବାର ଆଶଙ୍କା ଅଛି ।

ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡଖଣ୍ଡର ନିଜସ୍ୱ ଖଣି ଅଛି କିନ୍ତୁ କୋଇଲା ଉତ୍ତୋଳନ ପାଇଁ ସେମାନେ କିଛି କରିନାହାଁନ୍ତି । ଏହା ଜାଣିବାକୁ ମିଳିଛିଯେ ଅନୁମୋଦନ ସତ୍ତେ୍ୱ କେତେକ ରାଜ୍ୟ ସରକାର କରୋନା ଓ ବର୍ଷାର କାରଣ ଦର୍ଶାଇ ପର୍ଯ୍ୟାପ୍ତ ଖଣି ଖନନ କରିନାହାଁନ୍ତି । କୋଲ ଇଣ୍ଡିଆର ରାଜ୍ୟଗୁଡିକ ପାଇଁ ବହୁତ ଋଣ ଅଛି । ସୂତ୍ରରୁ ପ୍ରକାଶଯେ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତାମିଲନାଡୁ ପ୍ରମୁଖ ଡିଫଲ୍ଟର ଅଟନ୍ତି । ସମସ୍ତ ରାଜ୍ୟକୁ କୋଲ ଇଣ୍ଡିଆକୁ ୨୦,୦୦୦ କୋଟି ଟଙ୍କା ଦେବାକୁ ପଡିବ।

Leave a Reply

Your email address will not be published.