ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୁଶୁଡିଲା ୪ମହଲା କୋଠାପ, ୧୧ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୁଶୁଡିଲା ୪ମହଲା କୋଠା ଭୂଶୁଡିପଡିଛି । ସୂଚନା ଅନୁଯାୟୀ ମୁମ୍ବାଇରେ ମୌସୁମୀ ବର୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସହରର ଲୋକେ ବର୍ଷା ଦ୍ୱାରା ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଚାରିଆଡେ ଜଳାର୍ଣ୍ଣବ ପରିସ୍ଥିତି ଯୋଗୁଁ ଗମାନାଗମନରେ ବାଧା ପହଂଚିଛି । ମହାରାଷ୍ଟ୍ରର ଥାଣେ, ପାଲଘର ଜିଲ୍ଲାରେ ବ୍ରିଜ ଭୁଶୁଡ଼ିଥିବା ବେଳେ କିଛି ସ୍ଥାନରେ ଭୂସ୍ଖଳନ ହୋଇଛି ।

 ମୁମ୍ବାଇର ମଲାଡ (ପଶ୍ଚିମ)ସ୍ଥିତ ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ିଛି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି । ଦୁର୍ଘଟଣାରେ ୮ ଜଣ ଲୋକ ଆହାତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କୋଠାରେ ରହୁଥିବା ଲୋକେ ଯେତେବେଳେ ରାତ୍ରୀଭୋଜନ ସାରି ଶୋଇବାକୁ ଯାଉଥିଲେ ବୁଧବାର ରାତି ପ୍ରାୟ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି ।

ଥାଣେ ମହାନଗର ନିଗମର ମୁଖ୍ୟ (ପ୍ରାକୃତିକ ବିପର୍ଯ୍ୟୟ ପରଚାଳନା) ସନ୍ତୋଷ କଦାମ କହିଛନ୍ତି ବର୍ଷା ଯୋଗୁଁ ବିଗତ ୬ ମାସ ମଧ୍ୟରେ ସେହିଭଳି ଦୁର୍ଘଟଣା ଘଟିନାହିଁ । ଥାନେ ସହରରେ ୩ଟି ଦୁର୍ଘଟଣା ଘଟିଛି । କିନ୍ତୁ ଏଥିରେ ଜନଜୀବନକୁ କ୍ଷତି ପହଂଚାଇ ନାହିଁ । ମୁମ୍ବ୍ରା ବାଏପାସ ରୋଡ ଓ ପନଭେଲ-କାଲୱା ରୋଡରେ ଭୂସ୍ଖଳନ ହୋଇଛି । ଫଳରେ ଯାନବାହାନ ଚଳାଚଳରେ ଅସୁବିଧା ହୋଇଛି । 

Leave a Reply

Your email address will not be published.