ଶ୍ରୀନଗରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,(ନାଗରାଜ ନ୍ୟୁଜ):  ଜମ୍ମୁ କଶ୍ମୀରର ଶ୍ରୀନଗରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ   । ଏହି ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ଗୁଳିରେ ଟିଆରଏଫ୍‌ର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ଇଖଲାକ ହାଜମ । ସେ କିଛି ଦିନ ପୂର୍ବରୁ ଅନନ୍ତନାଗରେ ହୋଇଥିବା ମୁଖ୍ୟ କନଷ୍ଟେବଳ ଅଲି ମହମ୍ମଦ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ଗତ ଶନିବାର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ବିଜବେହରାରେ ଅଲୀ ମହମ୍ମଦଙ୍କୁ ତାଙ୍କ ଘରେ ପଶି ଗୁଳିକରିଥିଲେ ।

କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଆଇଜିପି (କଶ୍ମୀର)ଙ୍କ କହିବା ଅନୁସାରେ ନିହତ ଆତଙ୍କବାଦୀମାନେ କଶ୍ମୀର ଆତଙ୍କବାଦୀ ସଂଗଠନ ଦ ରେସିଷ୍ଟେଣ୍ଟସ୍ ଫ୍ରଣ୍ଟ (ଟିଆରଏସ୍‌)ର ସଦସ୍ୟ । ଏହି ଗ୍ରୁପକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ସହଯୋଗ କରିଥାଏ । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଠାରୁ ୩ଟି ପିସ୍ତଲ ସମେତ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି ।

 

Leave a Reply

Your email address will not be published.