ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଥିଲେ । ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହି ସୂଚନା ଆଧାରରେ ସୁରକ୍ଷାବାହିନୀମାନେ ସର୍ଚ୍ଚ ଅପରେଶନ ଚଳାଇଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଘାଟିରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଆତଙ୍କବାଦୀମାନେ ଯବାନ, ପୋଲିସ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଲୋକେ ଘରୁ ଗୋଡ଼ କାଢ଼ିବା ପାଇଁ ମଧ୍ୟ ଭୟ କରୁଛନ୍ତି ।

Leave a Reply

Your email address will not be published.