ଯୁଦ୍ଧ ଜାହାଜରେ ବିସ୍ଫୋରଣ, ୩ ଭାରତୀୟ ନୌସେନା କର୍ମଚାରୀ ମୃତ

ମୁମ୍ବାଇ, (ନାଗରାଜ ନ୍ୟୁଜ): ନୌସେନାର ଯୁଦ୍ଧ ଜାହାଜ ‘ଆଇଏନଏସ ରଣବୀର’ରେ ମଙ୍ଗଳବାର ବିସ୍ଫୋରଣ ଘଟି ୩ଜଣ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହାସହ ଆହୁରି ଅନେକ ଆହତ ହୋଇଛନ୍ତି । ଆହତ ନୌସେନା କର୍ମଚାରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଘଟଣା ପରେ ଜାହାଜରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯଥା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ସୁରକ୍ଷିତ ରହିଛି ।

ନୌସେନା ଜାହାଜରେ ବିସ୍ଫୋରଣ ଘଟିବା ନେଇ ସୂଚନା ମିଳିବା ପରେ ତ୍ବରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ‘ଆଇଏନଏସ ରଣବୀର’କୁ ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ କରାଯାଇଥିଲା। ତେବେ ବିସ୍ଫୋରଣର କାଣ ଜଣାପଡ଼ି ନାହିଁ। ନୌସେନା ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published.