ରାଷ୍ଟ୍ରପତିଙ୍କ ଦ୍ୱାରା ‘ବୀର ଚକ୍ର’ରେ ସମ୍ମାନିତ ହେଲେ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରିଛନ୍ତି । ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ଦିଆଯାଉଥିବା ବେଳେ ଏୟାର୍ ଷ୍ଟ୍ରାଇକ୍‌ରେ ତାଙ୍କ ସହିତ ଥିବା ତାଙ୍କର ୟୁନିଟ ୫୧ ସ୍କ୍ୱାର୍ଡନକୁ ପ୍ରଶଂସା ପତ୍ର ମଧ୍ୟ ଦିଆଯିବ । ସୂଚନା ଅନୁଯାୟୀ ଫେବୃଆରୀ ୨୦୧୯ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ଅଭିନନ୍ଦନ ପାକିସ୍ତାନର ଏଫ-୧୬ ଫାଇଟର ଏୟାରକ୍ରାଫ୍ଟକୁ ଗୁଳି କରି ଖସେଇ ଦେଇଥିଲେ । ହେଲେ ପାକ ଆର୍ମି ତାଙ୍କୁ ଧରି ନେଇଥିଲା । ଏହାପରେ ପାକିସ୍ତାନ କବଳରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ କରାଯାଇଥିଲା । ନିୟମ ଅନୁସାରେ ପାକିସ୍ତାନ ଆର୍ମି ମଧ୍ୟ ୱିଙ୍ଗ କମାଣ୍ଡରଙ୍କୁ ଭାରତକୁ ହସ୍ତନ୍ତର କରିଥିଲେ । ଏହାପରେ ତାଙ୍କୁ ବାୟୁ ସେନା ପକ୍ଷରୁ ପଦୋନ୍ନତି ଦେଇ ୱିଙ୍ଗ କମାଣ୍ଡରରୁ ଗ୍ରୁପ କମାଣ୍ଡର କରାଯାଇଥିଲ।

Leave a Reply

Your email address will not be published.