ଚିନ୍ତା ବଢ଼ାଇଲାଣି ଦିଲ୍ଲୀରେ ବାୟୁ ପ୍ରଦୂଷଣ, ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସୀମା ଟପିଛି । ଏକ ସପ୍ତାହରୁ ଉର୍ଦ୍ଧ୍ଵ ହେବ ଦିଲ୍ଲୀରେ ପ୍ରଦୂଷଣମାତ୍ରା ବଢ଼ି ଚାଲିଛି । ସ୍ଥିତି ଏପରି ହୋଇଛିଯେ, ଦିଲ୍ଲୀବାସୀଙ୍କୁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି । ଦିଲ୍ଲୀର ସବୁଆଡେ଼ ଧୂଆଁମୟ ସ୍ଥିତି । ପ୍ରଦୂଷଣ ମାତ୍ରା ଏବେ ବଢ଼ି ଯାଇଛି ରାସ୍ତାରେ ଗାଡି ମଟର ଚଳାଚଳ କରିବା ବି ମୁସକିଲ ହୋଇପଡ଼ିଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ହ୍ରାସ ଲାଗି ସୋମବାର ସୁଦ୍ଧା କିଛି ଗୋଟେ ଜରୁରୀକାଳୀନ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କୁ କୋର୍ଟ କହିଛନ୍ତି ।

ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି ବୋଲି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଏନ. ଭି. ରମନ୍ନା କହିଛନ୍ତ । ଏନ ବି ରମନ୍ନାଙ୍କ କହିବା ମୁତାବକ, ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ଏହାର ମୁଖ୍ୟ କାରଣ ହେଉଛନ୍ତି ଖୋଦ ଦିଲ୍ଲୀ ସରକାରଙ୍କ କଟକଣାର ଅଭାବ । ୬୦ % ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ ଓ ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଦୁଇ ଦିନ ଲକଡାଉନ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତା ସୋମବାର ଦିନ ଏହି ମାମଲାର ହେବ ପରବର୍ତ୍ତୀ ଶୁଣାଣି ।

Leave a Reply

Your email address will not be published.