ଆଜି ମକର ସଂକ୍ରାନ୍ତି, କୋଭିଡ କଟକଣା ସହିତ ପାଳନ କଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି । ଦେଶବ୍ୟାପୀ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ଓମିକ୍ରନ୍ କାରଣରୁ ଏହି ପର୍ବ କଟକଣା ସହିତ ପାଳନ କରାଯାଉଛି । କୁହାଯାଇଥାଏ ଯେ, ଏହି ଦିନରେ ଭଗବାନ ସୂର୍ୟ୍ୟ ନିଜର ପୁତ୍ର ଶନିଦେବଙ୍କୁ ଭେଟିବାକୁ ଯାଆନ୍ତି। ମକର ସଂକ୍ରାନ୍ତି ଦିନ ଖିଚଡି ଖାଇବା ଓ ଦାନ କରିବାକୁ ପୂଣ୍ୟ ବୋଲି ପୂର୍ବ ପୁରୁଷ ମାନେ କହିଥାନ୍ତି। ବାରାଣସୀରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ପାଳନ କରି ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଶ୍ରଦ୍ଧାଳୁମାନେ ଗଙ୍ଗାସାଗରରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ।

ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ତାମିଲନାଡୁରେ ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଯାଇଛି। ମଦୁରାଇରେ ଏହି ପ୍ରତିଯୋଗିତା ଅଧିକ ଆକର୍ଷଣୀୟ ହୋଇଥାଏ । ତେବେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ କଟକଣା ସହିତ ପାଳନ କରାଯାଉଛି। ସାର୍ବଜନିକ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ମକର ସ୍ନାନ ଉପରେ ବାରଣ କରାଯାଇଛି। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟରେ ମଧ୍ୟ କଟକଣାକୁ ଜୋର ଦିଆଯାଇଛି । ହରିଦ୍ବାରରେ ଗଂଗା ସ୍ନାନ ଉପରେ କଟକଣା ଲାଗୁ ହୋଇଛି। ହରିଦ୍ବାର ଜିଲ୍ଲାପାଳ ବିନୟ ଶଙ୍କର ପାଣ୍ଡେ ଶ୍ରଦ୍ଧାଳୁଙ୍କର ଏହି ପବିତ୍ର ସ୍ନାନ ଉପରେ କଟକଣା ଜାରି କରିଛନ୍ତି। ବାହାର ରାଜ୍ୟ ଓ ଅନ୍ୟ ଜିଲ୍ଲାରୁ ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ଅନୁମତି ମିଳି ନାହିଁ। ଲୋକଙ୍କୁ ସାମୁହିକ ସ୍ଥଳୀରେ ଏକତ୍ର ନ ହେବା ପାଇଁ ପ୍ରଶାସନ ତରଫରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave a Reply

Your email address will not be published.